ରାଜଧାନୀରେ କମୁଛି ସଂକ୍ରମଣ: ଦିନକରେ ୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଦିନକୁଦିନ ସଂକ୍ରମଣ କମିବାରେ ଲାଗିଛି। ଆଜି ୬୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪ଜଣ ଓ ସ୍ଥାନୀୟ ସଂକ୍ରମଣ ୫୪ଜଣ ରହିଛନ୍ତି। ଅନ୍ୟପଟେ ୧୧୫ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୫୨୨ ହୋଇଥିବାବେଳେ ୨୮ ହଜାର ୩୯୫ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ୧୭୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୩୧ ଜଣ ଚିକିତ୍ସିିତ ହେଉଛନ୍ତି।