Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୧ା୯/ଏନ୍ଏନ୍ଏସ୍: ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାମାନଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି। ଭୁବନେଶ୍ୱରସ୍ଥିତ ଇଡିକଲ ଅଡିଟୋରିୟମରେ ଆୟୋଜିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେଦଳର ବିଜୟ ଧାରା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି, ସାଢ଼େ ଚାରି କୋଟି ଜନତା ବିଜୁ ଜନତା ଦଳକୁ ଯେଉଁ ଆଶୀର୍ବାଦ କରିଛନ୍ତି, ସେଥିପାଇଁ ସେ ଋଣୀ। ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ଦଳ ତା’ର ବିଜୟ ଧାରା ବଜାୟ ରଖିପାରିଛି। ସାଧାରଣ ଲୋକ ଆମ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ। ସାଧାରଣ ଲୋକଙ୍କୁ ତାଙ୍କର ହକ୍ ଦେବା ଲାଗି ୫-ଟି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏ ଦିଗରେ ସମସ୍ତେ କାମ କରନ୍ତୁ। ଆସନ୍ତାକାଲି ଠାରୁ ବିଜେଡିର ମେମ୍ବରସିପ୍ ଡ୍ରାଇଭ ଆରମ୍ଭ ହେବ। ଏହା ଅକ୍ଟୋବର ୩୧ ଯାଏଁ ଚାଲିବ। ଦଳର ତୃଣମୂଳସ୍ତରର କର୍ମକର୍ତ୍ତା ଓ କର୍ମୀଙ୍କୁ ସାଥୀରେ ଧରି ପ୍ରତି ଘରେ ପହଞ୍ôଚବାକୁ ସୁପ୍ରିମୋ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହାସହ ସମସ୍ତଙ୍କୁ ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ପରାମର୍ଶ ଦେଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନ ପ୍ରତ୍ୟେକ ସ୍ତରରେ କିଭଳି ପରିଚାଳନା ହେଉଛି, ତା’ର ସବିଶେଷ ତଥ୍ୟ ଓ ଫଟୋଗ୍ରାଫ୍ ଦୈନିକ ତାଙ୍କ ପାଖକୁ ପଠାଇବେ ଓ ସେ ଏହାର ନିୟମିତ ସମୀକ୍ଷା କରିବେ ବୋଲି ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ ଦଳର ସାଂଗଠନିକ ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଚୟନ ନେଇ ପ୍ରସ୍ତାବ ଦେଇଥିଲେ। ଦଳର ସମସ୍ତ ସାଂଗଠନିକ ନିର୍ବାଚନ ଦାୟିତ୍ୱ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତିରେ ଦିଆଯାଇଥିଲା।
ପ୍ରାଥମିକ ପର୍ଯ୍ୟାୟରେ ୪୭ ଲକ୍ଷ ନୂଆ ସଦସ୍ୟଙ୍କୁ ବିଜେଡି ସାମିଲ କରିବାକୁ ଲକ୍ଷ୍ୟ ରଖିଛି। ଛାତ୍ର, ମହିଳା ଓ ଯୁବକଙ୍କୁ ଗୁରୁତ୍ୱ ଦେବ ବିଜେଡି। ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡି ୫ଟି ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଦଳରେ ସାମିଲ ହେଉଥିବା ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ୍ କରାଯିବ। ସମସ୍ତ ସଦସ୍ୟଙ୍କ ନାଁ ବିଜେଡିର ୱେବ୍ ସାଇଟ୍ରେ ଉପଲବ୍ଧ ହେବ। ଏହା ଜରିଆରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ଯୋଜନା ସଭ୍ୟମାନେ ପାଇଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡ଼ିବ। ସେପଟେ ସଦସ୍ୟ ସଂଗ୍ରହ ପାଇଁ ନୂଆ ଫର୍ମୁଲା ତିଆରି କରିଛି ଦଳ। ପ୍ରତି ୱାର୍ଡରୁ ୪ ଜଣ, ପ୍ରତି ଏନ୍ଏସିରୁ ୫ ଜଣ, ମ୍ୟୁନିସିପାଲିଟି ସ୍ତରରେ ୧୫ ଜଣ ଓ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ। ପ୍ରତି ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ। ବର୍ତ୍ତମାନ ସଦସ୍ୟ ସଂଖ୍ୟାରୁ ୨ ଗୁଣ ଲକ୍ଷ୍ୟ ରଖାଯାଇଛି ବୋଲି ଦଳର ସାଧାରଣ ସଂପାଦକ ଅରୁଣ ସାହୁ କହିଛନ୍ତି। ଅନ୍ୟ ପଟେ ଦଳର ସମସ୍ତ ସାଂଗଠନିକ ନିର୍ବାଚନ ଦାୟିତ୍ୱ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତିରେ ଦିଆଯାଇଛି।