Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜଳିଗଲେ ଦୁଇ ଅବସରପ୍ରାପ୍ତ ନୌସେନା କର୍ମଚାରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜଳିଗଲେ ଦୁଇ ଅବସରପ୍ରାପ୍ତ ନୌସେନା କର୍ମଚାରୀ

ମହାକାଳପଡ଼ା, ୧ା୯/ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଥାନା ଅଧୀନରେ ଅତ୍ୟାଧୁନିକ ସ୍ପିଡ ବୋଟ ଚଳାଇବା କାର୍ଯ୍ୟରେ ନିଯୁକ୍ତ ଥିବା ଦୁଇଜଣ ଅବସରପ୍ରାପ୍ତ ନୌସେନା କର୍ମଚାରୀ ସୁଶାନ୍ତ କୁମାର ସାହୁ ଓ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ରବିବାର ସକାଳେ ଅଗ୍ନିକାଣ୍ଡରେ ଜଳିଯାଇଛନ୍ତି। ଖରନାସୀସ୍ଥିତ କ୍ୟାମ୍ପହାଉସରେ ଏହି ଅଘଟଣ ଘଟିଥିବାବେଳେ ଘଟଣାସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା। କିଛି ପଡ଼ୋଶୀ ଓ ଖରନାସୀ ଗ୍ରାମବାସୀ ସୁଶାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ ସକାଳ ପ୍ରାୟ ୭ଟା ବେଳେ ସୁଶାନ୍ତ ଓ ପ୍ରକାଶ ସବୁଦିନ ପରି ସକାଳ ଖାଦ୍ୟ ପ୍ରସ୍ତୁତି ପାଇଁ ରୋଷେଇରେ ଲାଗିପଡ଼ିଥିଲେ। ଶୀଘ୍ର କାମସାରି ଆସନ୍ତାକାଲି ଗଣେଶ ପୂଜା ପାଇଁ ଘରକୁ ଯିବା ପାଇଁ ସେମାନେ ବ୍ୟଗ୍ର ଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା, ସେମାନେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ହଠାତ ସେହିଘରେ ଥିବା ପ୍ରେଟୋଲ ଓ ଡିଜେଲ ଜାର୍ରେ ଲାଗିଯିବା ଫଳରେ ସମଗ୍ର ଘରଟି ଜଳି ଉଠିଥିଲା ଓ ସାରା ଘର ଧୂଅାଁରେ ଭର୍ତ୍ତି ହୋଇଯାଇଥିଲା।

ଉଭୟ ବ୍ୟକ୍ତି ସେହି ଘରୁ ବାହାରି ପାରିନଥିଲେ। ଘରଟି ଜଳୁଥିବା ଦେଖି ପାଖ ପଡୋଶି ଶୁକଦେବ ପାଲ, ସେବକ ଦାସ, ତାରକ ମଣ୍ଡଳ ଏବଂ ଖରନାସୀ ଗାଁର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତ ଓ ପ୍ରକାଶଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ କରିଥିଲେ। ସେମାନେ ଝରକା କବାଟ ଭାଙ୍ଗି ସୁଶାନ୍ତଙ୍କୁୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଅଟୋରେ ମେଡିକାଲକୁ ପଠାଇଥିଲେ। ବାଟରେ ମା’ ରାମଚଣ୍ଡି ମନ୍ଦିର ନିକଟରେ ଥିବା ଜମ୍ବୁଥାନା ଗାଡିରେ ତାଙ୍କୁ କେନ୍ଦ୍ରାପଡା ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ସୁଶାନ୍ତଙ୍କ ଘର ନୟାଗଡ ଜିଲ୍ଲାରେ ହୋଇଥିବା ବେଳେ ପ୍ରକାଶ ବରହମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ଜଣାପଡିଛି।

ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିି ନିଆଁ ଲିଭାଇଥିଲେ। ସୁଶାନ୍ତଙ୍କୁ ଡାକ୍ତରଖାନା ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲେ ମଧ୍ୟ ଏହା ନପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ କେନ୍ଦ୍ରାପଡ଼ା ଏସପି ନିତି ଶେଖର, ମହାକାଳପଡ଼ା ଅତିରିକ୍ତ ତହସିଲଦାର ଅଜିତ କୁମାର ସାହୁ, ଡିଏସପି କାର୍ତ୍ତର୍ିକଚନ୍ଦ୍ର ମଲ୍ଲିକ, ମହାକାଳପଡ଼ା ଆଇଆଇସି ମନୋରଞ୍ଜନ ଚୌଧୁରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ସର୍ମ୍ପକରେ ଅନୁଧ୍ୟାନ କରିବା ସହ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ମେଡିକାଲ କୁ ପଠାଇଥିଲେ। ଜମ୍ବୁ ସାମୁଦ୍ରିକ ଥାନାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।