ରାଜ୍ୟରେ ହ୍ରାସ ପାଉଛି କରୋନା, ଆଜି ୧୩୮୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଧିରେଧିରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୩୨୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ଆଜିର ଆକ୍ରାନ୍ତ ମଧ୍ୟରେ ୭୯୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫୯୧ ଜଣ ସ୍ଥାନୀୟବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୬୯ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୫୯, ବରଗଡରୁ ୭୧, ଭଦ୍ରକରୁ ୫୨, ବଲାଙ୍ଗିରରୁ ୭୦, ବୌଦ୍ଧରୁ ୭, କଟକରୁ ୧୦୧, ଦେବଗଡରୁ ୯, ଢେଙ୍କାନାଳରୁ ୨୦, ଗଜପତିରୁ ୪, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫୩, ଯାଜପୁରରୁ ୪୬, ଝାରସୁଗୁଡାରୁ ୩୫, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୮୦, କେନ୍ଦୁଝରରୁ ୪୯, ଖୋର୍ଦ୍ଧାରୁ ୧୪୨, କୋରାପୁଟରୁ ୧୩, ମାଲକାନଗିରିରୁ ୨୫, ମୟୂରଭଞ୍ଜରୁ ୫୫, ନବରଙ୍ଗପୁରରୁ ୨୪, ନୟାଗଡରୁ ୨୨, ନୂଆପଡାରୁ ୫୯, ପୁରୀରୁ ୫୮, ରାୟଗଡାରୁ ୧୦, ସମ୍ବଲପୁରରୁ ୩୪, ସୋନପୁରରୁ ୩୫, ସୁନ୍ଦରଗଡରୁ ୧୦୦ ଏବଂ ଷ୍ଟେଟପୁଲରୁ ୩୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।