ଆଜିଠୁ କଟକରେ ସେରୋ ସର୍ଭେ

କଟକ, ଏନ୍ଏନ୍ଏସ୍: ଆଜିଠାରୁ କଟକରେ ସହରରେ ସେରୋ ସର୍ଭେ ଆରମ୍ଭ ହେବ। ଏଥିପାଇଁ ସିଏମସି ପକ୍ଷରୁ ଏକ ଟିମ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କଟକର ୨୫ଟି ୱାର୍ଡରେ ଏହି ସର୍ଭେ ହେବ ବୋଲି ସୂଚନା ମିଳିଛି। ପ୍ରତି ୱାର୍ଡରୁ ୭୦ଜଣଙ୍କ ସାମ୍ପୁଲ ସଂଗ୍ରହ କରାଯାଇ ସର୍ଭେ କରାଯିବ । ଯେଉଁମାନେ ସାମ୍ପଲ ଦେବେ ସେମାନଙ୍କ ନାଁକୁ ଗୋପନୀୟ ରଖାଯିବ । ଏହି ସର୍ଭେ ୫ ତାରିଖ ଯାଏଁ ଚାଲିବ । ସିଏମସି ପକ୍ଷରୁ ଗଠନ କରାଯାଇଥିବା ଟିମରେ ସ୍ୱାସ୍ଥ୍ୟକର୍ମୀ, ସାନିଟାରୀ ଟିମ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ପୂର୍ବରୁ ଭୁବନେଶ୍ୱରରେ ସେରୋ ସର୍ଭେ କରାଯାଇଥିଲା । ଏଥିରେ ସହରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ଥିବା ଦେଖାଯାଇଥିଲା ।