ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୯୧୧ ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ପୁଣି ୧୯୧୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଆଜି ସୁଦ୍ଧା ମୋଟ ୨ ଲକ୍ଷ ୭୫ ହଜାର ୭୪୯ ଜଣ ସୁସ୍ଥ ହୋଇଛନ୍ତି।
ସୂଚନା ମୁତାବକ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୧୫୩, ବଲାଙ୍ଗିରରୁ ୧୩୮, ସୁନ୍ଦରଗଡ଼ରୁ ୧୦୧, ମୟୂରଭଞ୍ଜରୁ ୯୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୮୧, ଅନୁଗୁଳରୁ ୭୮, କଳାହାଣ୍ଡିରୁ ୭୮, ନୂଆପଡ଼ାରୁ ୭୬, ବାଲେଶ୍ୱରରୁ ୭୪, ଯାଜପୁରରୁ ୭୨, କେନ୍ଦୁଝରରୁ ୭୧, ବରଗଡ଼ରୁ ୬୩, କେନ୍ଦ୍ରାପଡ଼ାରୁ ୫୨, ଭଦ୍ରକରୁ ୫୦, ପୁରୀରୁ ୫୦, ସମ୍ବଲପୁରରୁ ୫୦, ଢ଼େଙ୍କାନାଳରୁ ୪୬, ନବରଙ୍ଗପୁରରୁ ୪୫, କୋରାପୁଟରୁ ୪୨, ଝାରସୁଗୁଡ଼ାରୁ ୩୬, ନୟାଗଡ଼ରୁ ୩୩, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୫, କନ୍ଧମାଳରୁ ୨୪, ସୋନପୁରରୁ ୨୦, ରାୟଗଡ଼ାରୁ ୧୬, ଦେବଗଡ଼ରୁ ୯, ଗଜପତିରୁ ୮ ଏବଂ ବୌଦ୍ଧରୁ ୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ୧୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ୧୧୬ରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୩୨୦ ଜଣଙ୍କ ପ୍ରାଣହାନି ହୋଇସାରିଥିବାବେଳେ ୧୨, ୯୯୪ ଜଣ ଚିକିତ୍ସାଧୀନ ରହିଛନ୍ତି।