ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ନଭେମ୍ବର ମାସପାଇଁ ଜାରିହେଲା ଅନଲକ୍-୬ ଗାଇଡଲାଇନ। ରାଜ୍ୟ ସରକାର ଏହି ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନଭେମ୍ବର ମାସ ୧୬ ତାରିଖରୁ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେବଳ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ। ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହାସହ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ କଟକଣା। ଜିଲ୍ଲାପାଳ ଓ ମ୍ୟୁନସିପାଲ କମିଶନର ସ୍ଥିର କରିବେ ଏହି ଅବରୋଧ ଅଞ୍ଚଳ। ଗାଇଡଲାଇନ ଅନୁସାରେ ସିନେମା ହଲ୍ ଓ ସୁଇସିଂ ପୁଲ ନଭେମ୍ବର ୧୫ ଯାଏ ବନ୍ଦ ରହିବାକୁ ଉଲ୍ଲେଖ ହୋଇଛି। ସେହିପରି ଅନ୍ତିମ ସଂସ୍କାର ବେଳେ ୫୦ ଜଣ ଓ ବିବାହ ଉତ୍ସବରେ ୨୦୦ ଲୋକ ଯୋଗ ଦେଇପାରିବେ ବୋଲି ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ଧର୍ମାନୁଷ୍ଠାନ ଖୋଲି ପାରିବ। ଅନ୍ତର୍ଜାତୀୟ ବିବାନ ଉଡାଣ ଉପରେ ବାରଣ କରାଯାଇଛି।