ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ଅଧିକ : ୨୭୩୮ଆରୋଗ୍ୟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୨୭୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୪୯ ୫୭୫କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯, କଟକରୁ ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡ଼ରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ ୧୦୧, ବରଗଡ଼ରୁ ୧୦୦, ଯାଜପୁରରୁ ୯୫, କେନ୍ଦ୍ରାପଡ଼ାରୁ ୯୫, ଜଗତସିଂହପୁରରୁ ୮୯, ଝାରସୁଗୁଡ଼ାରୁ ୮୮, ବଲାଙ୍ଗିରରୁ ୮୬, କୋରାପୁଟରୁ ୮୫, ମାଲକାନଗିରି ୬୯, କେନ୍ଦୁଝର ୬୫, ନବରଙ୍ଗପୁରରୁ ୬୩, ସୋନପୁରରୁ ୬୩, ଭଦ୍ରକରୁ ୫୯, ନୂଆପଡ଼ାରୁ ୪୬, କନ୍ଧମାଳରୁ ୪୩, ଢ଼େଙ୍କାନାଳରୁ ୪୦, ନୟାଗଡ଼ରୁ ୪୦, ବୌଦ୍ଧରୁ ୨୪, ରାୟଗଡ଼ାରୁ ୨୦, ଗଞ୍ଜାମରୁ ୧୮, ଦେବଗଡ଼ରୁ ୧୭, ଗଜପତିରୁ ୬ ଓ ଷ୍ଟେଟ୍ ପୁଲରୁ ୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।