ଢାବାରେ ବାସନ ମାଜୁଥିଲେ ଓମପୁରୀ, ଏମିତି କଟିଥିଲା ପିଲାଦିନ ମନୋରଞ୍ଜନ By Nitidin Last updated Oct 18, 2020 Share ମୁମ୍ବାଇ, ଏଜେନ୍ସି: ବଲିଉଡର ଭେଟେରାନ ଅଭିନେତା ଓମପୁରୀ ଶତାଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି। ସେ ଦେଖିବାକୁ ସୁନ୍ଦର ହୋଇନଥିଲେ ମଧ୍ୟ ତାଙ୍କ ଅଭିନୟ ପାଇଁ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ଥିଲେ। ସେ ସବୁପ୍ରକାର ଭୂମିକାରେ ଅଭିନୟ କରିପାରୁଥିଲେ। ଆଜି ସିନା ସେ ଏ ଦୁନିଆରେ ନାହାଁନ୍ତି କିନ୍ତୁ ତାଙ୍କ ଅଭିନିତ ଫିଲ୍ମ ତାଙ୍କୁ ଅମର କରି ରଖିଥିବ। ୨୦୧୭ରେ ତାଙ୍କର ପରଲୋକ ହୋଇଯାଇଥିଲା। ୧୯୫୦ ଅକ୍ଟୋବର ୧୮ ତାରିଖ ଅର୍ଥାତ ଆଜିର ଦିନରେ ହରିୟାଣାର ଆମ୍ବାଲାରେ ତାଙ୍କର ଜନ୍ମ ହୋଇଥିଲା। ହେଲେ ତାଙ୍କର ପିଲାଦିନ ଅତି ଅଭାବରେ ବିତିଥିବା ସେ ପ୍ରକାଶ କରିଥିଲେ। ଏକ ସାକ୍ଷାତକାରରେ କହିଥିଲେ ଯେତେବେଳେ ସେ ୬ ବର୍ଷର ଥିଲେ ଗୋଟିଏ ଚାହା ଦୋକାନରେ ଗ୍ଲାସ ଧୋଇବା କାମ କରୁଥିଲେ। ଏହାପରେ ସେ ଢାବାରେ ବାସନ ମାଜିବା କାମ ମଧ୍ୟ କରୁଥିଲେ। କିଛିଦିନ ପରେ ମାଲିକ ତାଙ୍କୁ ଢାବାରୁ ବାହାର କରିଦେଇଥିଲେ। ସେବେଠାରୁ ତାଙ୍କର ବଞ୍ଚିବାର ଧାରାକୁ ଅଲଗା କରିଥିଲେ। ବଡଲୋକହେବାର ସ୍ୱପ୍ନ ଓ ପରିଶ୍ରମ ତାଙ୍କୁ ସଫଳତାର ଶିର୍ଷରେ ପହଞ୍ଚାଇଛି। ପିଲାଦିନରୁ ଫିଲ୍ମ ପ୍ରତି ଦୁର୍ବଳତା ଥିବାରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପସିବାକୁ ସୁଯୋଗ ଖୋଜୁଥିଲେ। ତେଣୁ ସେ ନ୍ୟାସଲାନ ସ୍କୁଲ ଅଫ ଡ୍ରାମାରେ ନାମ ଲେଖାଇଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସ୍ପର୍ଶ, ଆକ୍ରୋଶ, କଲିୟୋଗ, ଗାନ୍ଧୀ, ଅର୍ଧସତ୍ୟ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି। Share