ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଳକୁ ସରକାରଙ୍କ ଭେଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟ ସରକାର ତିର୍ତ୍ତୋଳକୁ ଏକ ବଡ଼ ଭେଟି ଦେଇଛନ୍ତି। ତିର୍ତ୍ତୋଳରେ ମହାନଦୀ ଉପରେ ସେତୁ ନିର୍ମାଣ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତିର୍ତ୍ତୋଳ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ସେତୁ ନିର୍ମାଣ ହେବ। ୮୮୮. ୮୯ ମିଟରର ସେତୁ ନିର୍ମାଣ ପାଇଁ ୧୧୮.୫୬ କୋଟି ଟଙ୍କା ବ୍ୟୟ ହେବ । ସରକାରଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି।