ଅକ୍ଟୋବର ୧ରୁ ଖୋଲିବାକୁ ଯାଉଛି ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅକ୍ଟୋବର ୧ରୁ ଖୋଲିବାକୁ ଯାଉଛି ଭିତରକନିକା ଜାତୀୟ ଉଦ୍ୟାନ। କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ଭିତରକନିକାକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ କରୋନା କଟକଣା ଥିବାରୁ ଦିନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ଡାଙ୍ଗମାଳରେ ରାତ୍ରୀ ଯାପନର ସୁବିଧା ପାଇପାରିବେ ପର୍ଯ୍ୟଟକ। ଏନେଇ ରାଜନଗର ଡିଏଫଓ ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁଁ ଭିତରକନିକା ଜାତୀୟ ଉଦ୍ୟାନକୁ ମାର୍ଚ୍ଚ ୧୩ ତାରିଖରୁ ବନ୍ଦ ରହଖାଯାଇଥିଲା। ତେବେ ଦୀର୍ଘ ୭ ମାସ ପରେ ଏହାକୁ ପୁଣି ଥରେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତ୍ରି ଯାପନ ପାଇଁ ରୁମ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଭିତରକନକାରେ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ।