ଯୁକ୍ତ ୨ ନାମ ଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ମେରିଟ ଲିଷ୍ଟ, ଆଗରେ ରେଭେନ୍ସା ଜୁନିଅର କଲେଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ଯୁକ୍ତ ୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇଛି ମେରିଟ ଲିଷ୍ଟ। ଏନେଇ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ନିଜର ଷ୍ଟାଟସ ଦେଖିପାରିବେ। ସେହିପରି କଳା, ବାଣିଜ୍ୟ ଓ ବିଜ୍ଞାନରେ ସର୍ବାଧିକ କଟ୍ ଅଫ ଲିଷ୍ଟରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର ମହାବିଦ୍ୟାଳୟ ରହିଛି। ରେଭେନ୍ସା ଜୁନିଅର ମହାବିଦ୍ୟାଳୟରେ କଳାରେ ୭୨.୫ %, ବାଣିଜ୍ୟରେ ୭୫.୮୩ % ଓ ବିଜ୍ଞାନରେ ୮୯ % କଟ୍ ଅଫ୍ ଯାଇଛି।

ସେହିପରି କଳାରେ ୭୧.୮୩ % ସହ ବିଜେବି ଜୁନିଅର କଲେଜ ଦ୍ୱିତୀୟରେ ରହିଥିବାବେଳେ ୬୭.୮୩ % ସହ ତୃତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି।

ବାଣିଜ୍ୟରେ ୭୫.୫ % ସହ ରାଉରକେଲା ସରକାରୀ ଜୁନିଅର କଲେଜ ଦ୍ୱିତୀୟରେ ରହିଥିବାବେଳେ ୭୪% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି।

ବିଜ୍ଞାନରେ ୮୮.୬%ରେ ବିଜେବି ଜୁନିଅର କଲେଜ ଦ୍ୱିତୀୟରେ ରହିବା ସହ ୮୬.୬୭% ସହ ତୃତୀୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର ରହିଛି।

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ।