ଆଜି କଟକ ସହରରୁ ଚିହ୍ନଟ ହେଲେ ୭୯ କରୋନା ସଂକ୍ରମିତ

କଟକ,ଏନ୍ଏନ୍ଏସ୍: କଟକ ସହରରୁ ଆଜି ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରୁ ମୋଟ ୨୫୧୬ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୫୮୨ଜଣ ସୁସ୍ଥ ହୋଇଛନ୍ତି। ୧୩ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯୨୧ଟି ଆକ୍ଟିଭ କେସ ଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନରେ ଥିବା ୧୨ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ହୋମ କ୍ୱାରେଣ୍ଟାଇନରୁ ୧୩ଜଣ ଓ ୨୩ଜଣ ସ୍ଥାନୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ସ୍ଥାନୀୟ ୨୩ଜଣଙ୍କ ମଧ୍ୟରୁ ମହାନଦୀ ବିହାର ଅଞ୍ଚଳରୁ ଜଣେ ମହିଳା, ବକ୍ସିବଜାର ପୁଲିସ ଲାଇନ ଅଞ୍ଚଳରୁ ଜଣେ କରୋନା ଯୋଦ୍ଧା, ରାଜେନ୍ଦ୍ରନଗର ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା, ପୁରୀ ଘାଟ ଅଞ୍ଚଳରୁ ଜଣେ ମହିଳା, ସିଡିଏ ସେକ୍ଟରୁ ୬ରୁ ୪ଜଣ ମହିଳା ଚିହ୍ନଟ ହୋଇଛନ୍ତି। ସେହିପରି ମଙ୍ଗଳାବାଗରୁ ଜଣେ , ଗଙ୍ଗାମନ୍ଦିର ଅଞ୍ଚଳରୁ ୨ଜଣ, ନୂଆବଜାର ଅଞ୍ଚଳରୁ ଜଣେ, ବଜ୍ରକବାଟି ଅଞ୍ଚଳରୁ ଜଣେ, ମାଛୁଆ ବଜାରରୁ ଜଣେ , ବକ୍ସିବଜାର ଅଞ୍ଚଳରୁ ଜଣେ , ମେରିଆ ବଜାର ଅଞ୍ଚଳରୁ ଜଣେ , ଶିଖରପୁର ଅଞ୍ଚଳରୁ ଜଣେ , ତେଲେଙ୍ଗାପେଣ୍ଠରୁ ଜଣେ , ଶଙ୍କରପୁରରୁ ଜଣେ ମହିଳା, କନିକା ଛକରୁ ଦୁଇଜଣ ପୁରୁଷ ଓ ଦାଗରପଡ଼ା ବଣିଆ ସାହିରୁ ଜଣେ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି।