ଭୁବନେଶ୍ୱରରୁ ୨୩୭ ନୂଆ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୧୩୨, ସ୍ଥାନୀୟ ୧୦୫ ରାଜ୍ୟ By Nitidin On Aug 13, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ୨୩୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୨ଜଣ ଓ ସ୍ଥାନୀୟ ସଂକ୍ରଣ ୧୦୫ ଜଣ ରହିଛନ୍ତି। ଏଥିସହିତ ୧୦୧ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ହସ୍ପିଟାଲର ୬ଜଣ କର୍ମଚାରୀ ରହିଥିବାବେଳେ ବଡ଼ଗଡ଼ ଓ ଫରେଷ୍ଟ ପାର୍କରୁ ୮ ଜଣ ଲେଖାଏଁ , ଗଙ୍ଗନଗର, ସାଲିଆସାହି ଓ ଶୁକ ବିହାରରୁ ୫ ଲେଖାଏଁ, ସୁନ୍ଦରପଦାରୁ ୪ଜଣ ରହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୯୫ ହୋଇଥିବାବେଳେ ୩୦୧୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫୫୧ ଜଣ ଚିକିତ୍ସିତ ହେଉଛନ୍ତି। Share