ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୯ ବର୍ଷର ସିଭିଲ ସର୍ଭିସ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ପ୍ରଦୀପ ସିଂ ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ ଦ୍ୱିତୀୟରେ ଯତୀନ କିଶୋର ଓ ତୃତୀୟରେ ପ୍ରତିଭା ବର୍ମା ରହିଛନ୍ତି। ସେହିଭଳି ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ସ୍ଥାନ ମିଳିଥିବାବେଳେ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି। ସେହିପରି ୧୦୭ ରାଙ୍କରେ ଅଂଶୁମାନ ରାଜ, ୧୨୦ରେ ଅନୁପ ଦାସ, ୧୯୦ରେ ଶୈଳଜା ଦାସ, ୨୦୨ରେ ରାହୁଲ ମିଶ୍ର, ୨୨୫ରେ ହେମା ନାୟକ ଓ ୨୨୯ରେ ଆରୁଷି ମିଶ, ୨୯୧ରେ ଆଶିଷ ଦାସ, ୨୯୪ରେ ଅଙ୍କିତ ଶଙ୍କର ମିଶ୍ର, ୩୦୦ରେ ସୋନାଲି ମିଶ୍ର, ୩୧୨ରେ ଦିବ୍ୟା ମିଶ୍ର, ୩୬୧ରେ ଅର୍ଘ୍ୟ ପଟ୍ଟନାୟକ ଓ ୩୭୯ରେ ଯୁବିନ ମହାପାତ୍ର ରହିଥିବା ଜଣାପଡ଼ିଛି। କୃତିତ୍ୱ ହାସଲ କରିଥିବା ଛାତଛାତ୍ରୀଙ୍କ ମଧ୍ୟରେ ଆଇଏଏସରେ ୧୮୦, ଆଇଏଫଏସରେ ୨୪ ଓ ଆଇପିଏସରେ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ।
