ପୁଣି ରାଜଧାନୀରେ ଲୁଟେରା, ୟୁନିଟ ୩ ଅଞ୍ଚଳରେ ସାମ୍ବାଦିକଙ୍କ ଘରୁ ଲୁଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ମାତିଛନ୍ତି ଲୁଟେରା। ୟୁନିଟ ୩ ଅଞ୍ଚଳର ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଥିବା ଜଣାପଡ଼ିଛି। ଘରର ମୁଖ୍ୟ ଦ୍ୱାର ଓ ଶୋଇବା ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଥିବା ଜଣାପଡ଼ିଛି। ସୂଚନାନୁସାରେ, କିଛିଦିନ ତଳେ ଭିଜିଲାନ୍ସ ଡିଏସପିଙ୍କ ବେକରୁ ତାଙ୍କ କ୍ୱାର୍ଟର୍ସ ନିକଟରୁ ଦୁର୍ବୃତ୍ତମାନେ ସୁନା ଚେନ ଝାମ୍ପି ନେଇଥିଲେ। ଏବେ ପୁଣି ୟୁନିଟ-୩ ଅଞ୍ଚଳରେ ଦୁର୍ବୃତ୍ତମାନେ ଲୁଟ କରିଛନ୍ତି। ତେବେ ବାରମ୍ୱାର ରାଜଧାନୀରେ ଏଭଳି ଲୁଟପାଟ ହେଉଥିବାବେଳେ ରାଜଧାନୀବାସୀ କେତେ ସୁରକ୍ଷିତ ସେ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।