ଅଫିସ ଲାଗି କୋଭିଡ ନିୟମ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସରକାରୀ କାର୍ଯ୍ୟାଳୟ ଲାଗି କୋଭିଡ ସତ୍ତର୍କତା ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କୌଣସି ବିଭାଗ କିମ୍ବା କାର୍ଯ୍ୟାଳୟରେ କୌଣସି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବେ ତୁରନ୍ତ କଣ୍ଟ୍ରୋଲରୁମକୁ ଅବଗତ କରିବାକୁ କୁହାଯାଇଛି। ସେହିପରି ଯେଉଁ କାର୍ଯ୍ୟାଳୟରୁ କରୋନା ସଂକ୍ରମିତ କର୍ମଚାରୀ ଜଣାପଡ଼ିବେ ସେହି ଅଫିସକୁ ସାନିଟାଇଜ କରାଯିବାସହ ୨୪ଘଣ୍ଟା ଲାଗି ବନ୍ଦ କରାଯିବ। ଯଦି ସମ୍ପୃକ୍ତ ବିଭାଗ ତଥା କାର୍ଯ୍ୟାଳୟରୁ ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ଅଫିସର ପୂରା କୋଠକୁ ସିଲ୍ କରାଯିବ। ସିଲ୍ ହେବାପରେ ସେହି ସବୁ ବିଭାଗର କମର୍ଚାରୀମାନେ ଘରୁ ରହି କାମ କରିବେ । ଯଦି କୋଭିଡ ନିୟମର ପାଳନ ଠିକ୍ ଭାବେ କରାନଯାଏ ତେବେ ସମ୍ପୃକ୍ତ ବିଭାଗର ମୁଖ୍ୟ ଦାୟୀ ରହିବେ ।