ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗୁରୁବାର ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀକୁ ୫ଟଙ୍କା ୪ଠ ପଇସା ବଢ଼ାଇଛନ୍ତି ସରକାର। ଏନେଇ ଓଡ଼ିଶା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ମଜୁରୀ ଅନୁସାରେ, ଏଣିକି ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩ଠ୩ ଟଙ୍କା ୪ଠ ପଇସା ପାଇବେ। ପୂର୍ବରୁ ସେମାନେ ୨୯୮ ଟଙ୍କା ପାଉଥିଲେ। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୪୩.୪ଠ ପଇସା କୁ ବୃଦ୍ଧି ହୋଇଥିବା ବେଳେ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୯୩ ଟଙ୍କା ୪ଠ ପଇସାକୁ ବୃଦ୍ଧି ପାଇଛି। ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ମଧ୍ୟ ବଢ଼ି ୪୫୩ ଟଙ୍କା ୪ଠ ପଇସା ହୋଇଛି।