ଆଜି ରାଜ୍ୟରେ ସୁସ୍ଥହେଲେ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩,୩୦୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଆରୋଗ୍ୟଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩୭ ଜଣ ରହିଛନ୍ତି।

ସେହିପରି କଟକରୁ ୫୮ ଜଣ, ଖୋର୍ଦ୍ଧାରୁ ୪୬ଜଣ, କୋରାପୁଟରୁ ୪୧ଜଣ, ଯାଜପୁରରୁ ୩୭ଜଣ, କେନ୍ଦୁଝରରୁ ୧୪ ଜଣ, କେନ୍ଦ୍ରାପଡାରୁ ୧୦ଜଣ, ମୟୁରଭଞ୍ଜରୁ ୯ଜଣ, ନୟାଗଡ ଓ ସୁନ୍ଦରଗଡରୁ ୭ଜଣ ଲେଖାଏଁ , ବରଗଡ, ଜଗତସିଂହପୁର ଓ ସୋନପୁରରୁ ୫ ଜଣ ଲେଖାଏଁ, ଅନୁଗୁଳ, କଳାହାଣ୍ଡି ଓ ପୁରୀରୁ ୪ ଜଣ ଲେଖାଏଁ, ବୌଦ୍ଧରୁ ୩ଜଣ, ଭଦ୍ରକରୁ ୨ଜଣ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।