କରୋନାକୁ ମାତ୍ ଦେଇଥିବା ବୃଦ୍ଧ ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରପଡ଼ାର ବୃଦ୍ଧ ଦମ୍ପତ୍ତି କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସୁରେନ୍ଦ୍ର ପତି ଓ ତାଙ୍କ ୭୮ ବର୍ଷୀୟା ପତ୍ନୀ ସାବିତ୍ରୀ ପତି କରୋନାକୁ ମାତ ଦେବାରେ ସଫଳ ହୋଇଛନ୍ତି। ସୁରେନ୍ଦ୍ର କ୍ୟାନ୍ସର ରୋଗୀ ହୋଇଥିଲେ ମଧ୍ୟ ଏବେ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ବୃଦ୍ଧ ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି ଜଟିଳ ସମୟରେ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି।