ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ କରୋନା ରୋଗୀ: ଗଞ୍ଜାମରୁ ସର୍ବାଧିକ ୨୪୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫୦୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୪୮ଜଣ ରହିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯,୨୫୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୫୦୫ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୪୮ ରହିଥିବାବେଳେ ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁର ଓ ନୟାଗଡ଼ରୁ ୮ ଲେଖାଏଁ, ଜଗତସିଂହପୁର ଜିଲ୍ଲାରୁ ୭ଜଣ ରହିଛନ୍ତି। ସେହିପରି ଭଦ୍ରକ ଓ ଢେଙ୍କାନାଳରୁ ୬ ଲେଖାଏଁ, ଅନୁଗୁଳରୁ ୫, କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୪ ଲେଖାଏଁ, ବରଗଡ଼ରୁ ୩, କେଉଁଝରରୁ ୨, ଝାରସୁଗୁଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭କୁ ବୃଦ୍ଧି ପାଇଥିବାବେଳେ ୯,୨୫୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭୦ଜଣଙ୍କର ମୃତ୍ୟୁ ଘଟିଛି ଓ ୪, ୪୧୨ଜଣ ଚିକିତ୍ସିତ ହେଉଛନ୍ତି।