ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ପରଲୋକ ହୋଇଛି। ୬୫ବର୍ଷ ବୟସରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି। ଗୁରୁବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବଲାଙ୍ଗିର ଜନ୍ମିତ ମନୋଜ ଜଣେ କଥାଶିଳ୍ପୀ ଭାବେ ପରିଚିତ ଥିଲେ। ହାଡ଼ ବଗିଚା, ବର୍ଣ୍ଣବଗିଚା ଓ ମାୟା ବଗିଚା ଗଳ୍ପ ସଂକଳନ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ। ସେ ୧୯୫୪ରେ ଜନ୍ମଗ୍ରହଣ କରିଥିଲେ। ମାୟା ବଗିଚା ଗଳ୍ପ ସଂକଳନ ପାଇଁ ସେ ୨୦୧୫ରେ ସମ୍ମାନଜନକ ଶାରଳା ପୁରସ୍କାର ଲାଭ କରିଥିଲେ। ଏହାସହ ସେ ଅଖିଳ ମୋହନ ସାହିତ୍ୟ ସମ୍ମାନ ଓ ଅଶୋକ ଚନ୍ଦନ ସାହିତ୍ୟ ସମ୍ମାନ ହାସଲ କରିଥିଲେ। ୨୦୧୦ରେ ତାଙ୍କଦ୍ୱାରା ଅନୁଦିତ ପୁସ୍ତକ ଦି ବୋନ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ ଅନ୍ତର୍ଜାତୀୟ ଗଳ୍ପ ପୁରସ୍କାର ପାଇଁ ସମଗ୍ର ଏସିଆ ମହାଦେଶରୁ ୧୦ଜଣ ଗାଳ୍ପିକଙ୍କ ମଧ୍ୟରେ ସ୍ଥାନୀତ ହୋଇଥିଲା।