ଭୁବନେଶ୍ୱରରେ ଆଜି ୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: କ୍ୱାରେଣ୍ଟାଇନରୁ ୧୪, ସ୍ଥାନୀୟ ୧୪

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୨୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪ଜଣ କ୍ୱାରେଣ୍ଟାଇନ, ୧୪ଜଣ ସ୍ଥାନୀୟ ଓ ଜଣେ କୋଭିଡ ଯୋଦ୍ଧା ରହିଛନ୍ତି। ଏଥିସହିତ ୩ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପାଣ୍ଡରା, ବ୍ରହ୍ମେଶ୍ୱର ପାଟନା, ରସୁଲଗଡ଼, ନୟାପଲ୍ଲୀ, ମଞ୍ଚେଶ୍ୱର, ୟୁନିଟ-ଆଇଭିରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଲକ୍ଷ୍ମୀନଗର ଅଞ୍ଚଳରୁ ୪ଜଣ,ଏକ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଓ ସମେତ ଅନ୍ୟ ଜିଲ୍ଲାର ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିସହିତ କୋଭିଡ ହସ୍ପିଟାଲର ଜଣେ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଡୁମଡୁମା ସୁବାସନଗର ବସ୍ତି, ଖଣ୍ଡଗିରି, ଭରତପୁର, ୟୁନିଟ-ଭି, ୟୁନିଟ-୧, ବଡ଼ଗଡ଼, ବୋମିଖାଲ, ବରମୁଣ୍ଡା, ହଁସପାଳ, ସହିଦ ନଗରରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ଏକ ଘରୋଇ ହସ୍ପିଟାଲର ୨ଜଣ ପରିଚାରକ ଓ ଅନ୍ୟ ଜିଲ୍ଲାର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ୩ଜଣଙ୍କ ମଧ୍ୟରେ ଶୈଳଶ୍ରୀ ବିହାର, ନୟାପଲ୍ଲୀ ଓ ଫରେଷ୍ଟ ପାର୍କରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୯ ହୋଇଥିବାବେଳେ ୨୭୭ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୬ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୫ ଜଣ ଚିକିତ୍ସାଧୀନ ଅଛନ୍ତି।