ଅଜୟଙ୍କ ନୂଆ ଫିଲ୍ମରେ ଗଲୱାନର କାହାଣୀ

ଲଦାଖର ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସୈନିକଙ୍କ ସଂଘର୍ଷ କାହାଣୀକୁ ଆଧାର କରି ନୂଆ ଫିଲ୍ମ ନିର୍ମାଣ କରିବେ ଅଭିନେତା ତଥା ନିର୍ମାତା ଅଜୟ ଦେବଗନ। ଚୀନ ସେନା ସହିତ ଗୁଳି ବିନିମୟରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କ ବଳିଦାନର କାହାଣୀ ମଧ୍ୟ ଏ ଫିଲ୍ମରେ ଦେଖିବେ ଦର୍ଶକ। ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍ କରି ଅଜୟଙ୍କ ଏହି ନୂଆ ଫିଲ୍ମ ବାବଦରେ ସୂଚନା ଦେଇଛନ୍ତି।

ଫିଲ୍ମର ଟାଇଟଲ୍ ଫାଇନାଲ୍ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ତରଣ। ତରଣଙ୍କ ଟୁଇଟ୍ ଅନୁସାରେ, ଅଜୟଙ୍କ ଏ ଫିଲ୍ମରେ କିଏ ସବୁ ଅଭିନୟ କରିବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇନାହିଁ। ଏମିତିକି ଅଜୟ ଏଥିରେ ଅଭିନୟ କରିବେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହା ମଧ୍ୟରେ ଅଜୟ ଦେବଗନ ତାଙ୍କର ଅନ୍ୟ ଏକ ଫିଲ୍ମ ‘ମୈଦାନ’ ୧୩ ଅଗଷ୍ଟ, ୨୦୨୧ରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି।