ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆଜି ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ନୂଆଗାଁରୁ ୧୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାସହ ଗୋଟିଏ ପରିବାରରୁ ୫ ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ନୂଆଗାଁ ହୋମିଓପାଥି ଡିସପେନସାରିରୁ ଲକ୍ଷ୍ମୀଧର ସାହୁ ଓ ଭୁବନାନନ୍ଦ ଜେନାଙ୍କ ଘର ପର୍ଯ୍ୟନ୍ତ । ପୁଣି ଲକ୍ଷ୍ମୀଧର ସାହୁ ଓ ଭୁବନାନନ୍ଦ ଜେନାଙ୍କ ଘରରୁ ସୁଦର୍ଶନ ସାହୁ ଓ ଶଙ୍କର ସାହୁଙ୍କ ଘର । ସୁଦର୍ଶନ ସାହୁ ଓ ଶଙ୍କର ସାହୁଙ୍କ ଘର ପାଖରୁ ପୁଣି ନୂଆଗାଁ ହୋମିଓପାଥି ଡିସପେନସାରି ପର୍ଯ୍ୟନ୍ତ ପରିଧି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳ ଭିତରକୁ ବାହ୍ୟ ପ୍ରବେଶ ଉପରେ ରୋକ ଲାଗିଥିବା ବେଳେ ସେହି ଅଞ୍ଚଳରୁ ବାହାରକୁ ଆସିବାକୁ ମନା ହୋଇଛି ।