ସେପ୍ଟେମ୍ବର ୭ରେ ଓଡ଼ିଶା ପହଞ୍ଚିବେ ଜଗା କାଳିଆ

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଛନ୍ତିଯେ ଅପରେସନ ଦ୍ୱାର ଅଲଗାହୋଇଥିବା ଜଗା କାଳିଆ ଦିଲ୍ଲୀରୁ ଆସି ୭ତାରିଖରେ ଓଡ଼ିଶା ପହଞ୍ଚିବେ। ଦୁଇ ଶିଶୁଙ୍କ ସହିତ ଦିଲ୍ଳୀ ଏମ୍ସରୁ ଡକ୍ଟରଙ୍କ ଏକ ଟିମ୍ ଓ ଓଡ଼ିଶା ଭବନର କିଛି କର୍ମଚାରୀ ରାଜଧାନୀ ଏକ୍ସପ୍ରେସ୍ ଯୋଗେ କଟକଠାରେ ପହଞ୍ଚିବେ। ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷ ସେମାନଙ୍କ ରହଣୀ ଓ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଆୟୋଜନ କରିଛନ୍ତି। ଦୁଇ ଶିଶୁ ନ୍ୟୁରୋସର୍ଜରୀ ବିଭାଗରେ ଚିକିତ୍ସିତ ହେବେ।