ରାଜ୍ୟକୁ ଫେରିଲା ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଆଣ୍ଟିବଡ଼ି ଟେଷ୍ଟ ପୁଣି ଆରମ୍ଭ ହେବ। ସେଥିପାଇଁ ଆଇସିଏମ୍ଆର ଦ୍ୱାରା ଅନୁମୋଦିତ କିଟ୍ ଆସନ୍ତା ସପ୍ତାହରେ ଓଡ଼ିଆ ଆସି ଆରଏମଆରସିରେ ପହଂଚିବ। ବର୍ତ୍ତମାନ ସମୟରେ ଘରକୁ ଘର ବୁଲି ହେଉଥିବା ଟେଷ୍ଟରେ ଏହି କିଟ ବ୍ୟବହାର କରାଯିବ। ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଆସାନ୍ତାକାଲିଠୁ ଓଡ଼ିଶାରେ କିପରି ଟେଷ୍ଟିଂ କରାଯିବ ସେନେଇ ଏକ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ଯେଉଁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ସେମାନେ ସଂଗରୋଧ ଓ କୋଭିଡ ଯୋଦ୍ଧା। ତେଣୁ ଏବେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।