ଗାଡି ଶୋରୁମରେ କଳାକନା ବୁଲାଇଦେଲେ

ଝାରସୁଗୁଡା,୨୫ା୮/ଏନ୍ଏନ୍ଏସ୍: ଝାରସୁଗୁଡ଼ା ବାଇପାସ୍ ବେହେରାପାଟ ନିକଟରେ ଥିବା ଶନିବାର ରାତିରେ ଏକ ହୋଣ୍ଡା ଶୋ’ ରୁମରୁ ଦୁର୍ବୃତ୍ତମାନେ ଟଙ୍କା ସହ ବହୁ ସାମଗ୍ରୀ ଲୁଟି ନେଇଛନ୍ତି। ଶୋ ରୁମ୍ ପଛ କବାଟ ତାଡ଼ି ଦୁର୍ବୃତ୍ତମାନେ ଟ୍ରେଜେରୀ ବାକ୍ସରୁ ୯ ଲକ୍ଷ ଟଙ୍କା ସହ ୫ ଲକ୍ଷ ଟଙ୍କାର ଗାଡ଼ି ପାର୍ଟସ୍ ଲୁଟ୍ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ସକାଳୁ ମାଲିକ ହରିସ ମୋଦୀ ଜାଣିପାରି ବିଟିଏମ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।