୧୭ ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୧୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ପୁଣି ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଥିବା ବେଳେ ୧୩ ଜଣ ଲୋକାଲର ବୋଲି ଜଣାପଡ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଟ୍ୱିଟରେ ସୂଚନା ଦିଆଯାଇଛି।

ସେମାନଙ୍କ ମଧ୍ୟରେ ଜଗତସିଂହପୁରରୁ ୩୩, ରାୟଗଡ଼ାରୁ ୪, କଟକରୁ ୨୦, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୧୪, ନୟାଗଡ଼ରୁ ୪, ବରଗଡ଼ରୁ ୨, ଭଦ୍ରକରୁ ଜଣେ, କଳାହାଣ୍ଡିରୁ ୪, ଗଜପତିରୁ ୧୧, ପୁରୀରୁ ୭, ବଲାଙ୍ଗିରରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ମୟୁରଭଞ୍ଜରୁ ୪, କୋରାପୁଟରୁ ଜଣେ, କେନ୍ଦୁଝରରୁ ଜଣେ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୮୫ ହଜାର ୪୧୦ଟି କୋଭିଡ ଟେଷ୍ଟ ହୋଇଥିବା ବେଳେ ସେଥିରୁ ୨,୨୫୦ଟି କେସ୍ ପଜିଟିଭ ଆସିଛି। ସେହିପରି ରାଜ୍ୟରେ ୨୧୩୩ ଜଣ ସୁସ୍ଥ ହୋଇଥିବା ବେଳେ ୧୧୦୬ ଜଣ ଚିକିତ୍ସିତ ଅଛନ୍ତି।