ଆଜିଠାରୁ ରାଜ୍ୟରେ ଚଳାଚଳ କରିବ ଓଏସଆରଟିସି ବସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ରାଜ୍ୟରେ ୨୨ଟି ସହରର ୬୬ଟି ରୁଟରେ ମୋଟ ୯୬ଟି ବସ୍ ଚାଲିବ। ତେବେ ବସରେ ଯେତିକି ସିଟ୍ ଥିବ ସେତିକି ଯାତ୍ରୀ ଯାଇପାରିବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ବସରେ ଅଜଥା ଭିଡ଼ ସୃଷ୍ଟି କରିବେ ନାହିଁ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏତଦ୍ ବ୍ୟତୀତ ଯଦି ଜରୁରୀ ନାହିଁ ତେବେ ଯାତାୟତ ନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାନୁଯାୟୀ, ପ୍ରବାସୀ ଶ୍ରମିକଙ୍କୁ ପରିବହନ ପାଇଁ ଓଏସଆରଟିସି ବସ ବ୍ୟବହାର ହେଉଥିଲା। ମୋଟ ୪୪୦ଟି ବସରୁ ୭୦ ପ୍ରତିଶତ ବସ ଏହି କାମରେ ଲାଗିଥିଲା। ଏବେ ଶ୍ରମିକମାନଙ୍କୁ ଜିଲ୍ଲା ବାହାରେ କିମ୍ବା ରାଜ୍ୟ ବାହାରେ ଛଡାଯାଉନଥିବାରୁ ସାଧାରଣ ପରିବହନ ସ୍ୱାଭାବିକ ହେଉଛି। ବସଗୁଡିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରି ବିଭିନ୍ନ ରୁଟରେ ଚଳାଚଳା କରାଯିବ।