ଉତ୍କଳ ବିଶ୍ୱବିଦ୍ୟାଳର ୩ବିଭାଗ ସିଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଉତ୍କଳ ବିଶ୍ୱବିଦ୍ୟାଳର ୩ଟି ବିଭାଗ ସିଲ୍ କରାଯାଇଛି। ଫିଲୋସିପ୍, ଇଂଲିଶ ଓ ଇକୋନମିକ୍ସକୁ ସିଲ୍ କରାଯାଇଛି। ଜଣେ କର୍ମଚାରୀ କରୋନ ଆକ୍ରାନ୍ତଙ୍କ ସଂଶ୍ପର୍ଶରେ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି। ସମସ୍ତ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି। ଏ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।