ଓଡ଼ିଶାକୁ ନାହିଁ ବାତ୍ୟାର ଭୟ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଓଡ଼ିଶାକୁ ନାହିଁ ବାତ୍ୟାହ ଭୟ କହିଛନ୍ତି ଆଇଏମ୍ ଡିଜି ମୃତ୍ୟୁଞ୍ଜୟ ମାହାପାତ୍ର । ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗତିପଥ ବଦଳାଇ ନାହିଁ ଏହା ସ୍ଥିର ରହିଛି । ତେବେ କେଉଁ ଆଡ଼କୁ ମୁହାଁଇବ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା କେଉଁ ଦେଶ ପ୍ରତି ହୋଇପାରେ ବିପଦ ? ଓଡ଼ିଶା, ଆନ୍ଧ୍ରପ୍ରଦେଶ ନା ବାଙ୍ଗଲାଦେଶ, ମିଆଁମାର ? ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ବଦଳିପାରେ ଏହାର ଗତିପଥ । ପାଣିପାଗ ବିଭାଗ ଏହା ଉପରେ ନଜର ରଖିଛି । ପୂର୍ବରୁ ମିଆଁମାର ଓ ବାଙ୍ଗଲାଦେଶ ମୁହାଁଇବ ବୋଲି ପୂର୍ବାନୁମାନ କରିଥିଲା ସ୍କାଏ ମେଟ୍ ।

୨୪ଘଣ୍ଟାରେ ଘନୀଭୂତ ହୋଇ ଏହା ସ୍ଥାନ ପରିବର୍ତ୍ତନ କରିପାରେ । ଆସନ୍ତା ୫ ଦିନ ଯାଏ ଏହାର କୌଣସି ପ୍ରଭାବ ପଡ଼ିନପାରେ । ଭାରତୀୟ ଉପକୂଳ ପ୍ରତି ୭ ଦିନ ପାଇଁ କୌଣସି ବିପଦ ନଥିବା କୁହାଯାଉଛି । ୭ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ମେ’ ୭ ତାରିଖ ପରେ ଏହା ଗତିପଥ ବଦଳାଇ ବାତ୍ୟାରେ ପରିଣତ ହୋଇପାରେ । ୯ ବେଳକୁ ଏହାର ଗତିପଥ ସମ୍ପର୍କରେ ସୂଚନା ଆସିପାରେ ।