ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ କରୋନା ମୁକାବିଲା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏ ନେଇ ସାରା ସହର ଲକଡାଉନ ହୋଇଯାଇଥିବା ବେଳେ ଗରିବ ଅସହାୟ ଲୋକମାନେ ମଧ୍ୟ ଖାଦ୍ୟ ପାଉନାହାନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବେସାହାରା, ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟାଭିଡ଼ିଛି ବିଏମସି। ବିଭିନ୍ନ ଛକଗୁଡ଼ିକରେ ଲୋକମାନଙ୍କୁ ବିଏମସି ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ମାଷ୍ଟର କ୍ୟାଣ୍ଟିନ୍ ଛକ, ରେଲୱେ ଷ୍ଟେସନ, ଫ୍ଲାଏ ଓଭର ତଳେ ଅସହାୟ ଲୋକମାନଙ୍କୁ ବିନା ମୂଲ୍ୟରେ ଆଧାର ମିଲ୍ ବଣ୍ଟନ କରାଯାଉଛି ।
ଅନ୍ୟପଟେ ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୨୦୦ କୋଟର ପ୍ୟକେଜ୍ ଘୋଷଣା କରିଛନ୍ତି । ଲକ୍ ଡାଉନ ଘୋଷଣା ପରଠୁ ଦିନ ମଜୁରିଆ, ନିର୍ମାଣ ଶ୍ରମିକ ପାଇଁ ସ୍ୱତନ୍ତ୍ର ପ୍ୟକେଜ୍ ଘୋଷଣା ପାଇଁ ଦାବି ହୋଇଆସୁଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଗରିବଙ୍କୁ ଆଶ୍ୱସ୍ତି ଦେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।