ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ସମେତ କଟକର ସମସ୍ତ ପାର୍କ ବନ୍ଦ ରହିବ। ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ରବିବାରଠାରୁ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ। କରୋନା ମୁକାବିଲା ନେଇ ପାର୍କଗୁଡ଼ିକୁ ବିଏମ୍ସି ବନ୍ଦ କରିଛି। ସେହିଭଳି କଟକ ପାର୍କକୁ ସିଏମ୍ସି ବନ୍ଦ କରିଥିବା ସୂଚନା ମିଳିଛି।