ବିଚ୍ ରାସ୍ତାରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ, ବଚସା ପରେ ବିଧା ଓ ଗୋଇଠା ମାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାସ୍ତା ଉପରେ କିଛି ଦୁବୃତ୍ତ ମହିଳାଙ୍କୁ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରୁଥିବା ଏକ ସିସିଟିଭି ଫୁଟେଜ ଭାଇରାଲ ହୋଇଛି। ତେବେ ଏହି ଘଟଣାଟି ଗତକାଲି ଭୁବନେଶ୍ୱରର ବିନ୍ଦୁସାଗର ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ହୋଲିର ରଙ୍ଗରେ ସମସ୍ତେ ରଙ୍ଗୀନ୍‌ ହୋଇଥିବାବେଳେ ରାଜଧାନୀ ଭୁନେଶ୍ୱରରେ ଏହି ଅଘଟଣ ଘଟିଛି। ରାସ୍ତା ଉପରେ ୧୦ରୁ ଊଦ୍ଧ୍ୱର୍ ଦୁବୃତ୍ତ ମହିଳା ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି।

ତେବେ ଏ ନେଇ ମହିଳା ଜଣଙ୍କ ପୁଲିସ ନିକଟରେ ଅଭିଯୋଗ କରିଥିଲେ ହେଁ ପୁଲିସ କେସ୍ ରଖିନଥିବା ଜଣାପଡ଼ିଛି। ଏହା ପୂର୍ବରୁ ୨ ଦିନ ତଳେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଥିବା ବେଳେ ଏବେ ଏପରି ଘଟଣା ନିନ୍ଦାର ବିଷୟ ପାଲଟିଛି।