Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ; ଯିବାକୁ ଘଣ୍ଟାଏ, ଆସିବାକୁ ୨ଘଣ୍ଟା ୪୦ମିନିଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ; ଯିବାକୁ ଘଣ୍ଟାଏ, ଆସିବାକୁ ୨ଘଣ୍ଟା ୪୦ମିନିଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଓ କଟକ ଦ୍ବୈତସହରର ବାସିନ୍ଦାଙ୍କ ସହ ଏହାର ନିକଟବର୍ତ୍ତୀ ଅଞ୍ଚଳର ଯାତ୍ରୀମାନଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ କଟକ ମଧ୍ୟରେ ‘ଜନସାଧାରଣ ସ୍ବତନ୍ତ୍ର ଟ୍ରେନ୍’ ଆସନ୍ତାକାଲିଠାରୁ ଚଳାଚଳ କରିବାକୁ ଯାଉଛି। ମାର୍ଚ୍ଚ ୧ରୁ ୩୧ତାରିଖ ପର୍ୟ୍ୟନ୍ତ ମାସକ ପାଇଁ ପରୀକ୍ଷାମୂଳକ ଭାବେ ଚାଲିବାକୁ ଥିବା ଏହି ଟ୍ରେନ୍ କିନ୍ତୁ ଭୁବନେଶ୍ୱରରୁ କଟକ ଯିବାବେଳକୁ ଘଣ୍ଟାଏ ଏବଂ କଟକରୁ ଭୁବନେଶ୍ୱର ଫେରିଲାବେଳକୁ ୨ ଘଣ୍ଟା ୪୦ ମିନିଟ୍ ସମୟ ନେବ ବୋଲି ଜଣାପଡ଼ଛି।

ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ପ୍ରତିଦିନ ଏହା ଅପରାହ୍ନ ୧ଟା ୩୦ରେ ବାହାରି କଟକରେ ଅପରାହ୍ନ ୨ଟା ୩୦ରେ ପହଞ୍ଚିବ। ହେଲେ କଟକରୁ ଅପରାହ୍ନ ୨ଟା ୪୦ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୫ଟା ୨୦ରେ ପହଞ୍ଚିବ। ଭୁବନେଶ୍ୱରରୁ ଏହି ଟ୍ରେନ ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଯିବ ଏବଂ ସେଠାରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଫେରିବ। ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ୍ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷ୍ଟେସନରେ ରହଣି କରିବ ଏବଂ ଫେରିବା ରାସ୍ତାରେ ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରପୁର, ଘଣ୍ଟିଖାଲ ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ ମଞ୍ଚେଶ୍ୱର ଓ ବାଣୀବିହାର ଷ୍ଟେସନରେ ରହଣି କରିବ। ଏହି ‌ମେମୁ ଟ୍ରେନ୍ ଚଳାଚଳ କରିବା ଦ୍ବାରା ଚୌଦ୍ୱାର, ଆଠଗଡ଼, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀଙ୍କ ଗମନାଗମନ ସୁବିଧାଜନକ ହେବ ବୋଲି କୁହାଯାଇଛି।