କୋଣାର୍କ,ଏନ୍ଏନ୍ଏସ୍: ୫ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ ଗୁରୁବାର ସକାଳୁ ଅଚାନକ କୋଣାର୍କ ଗସ୍ତରେ ଯାଇଛନ୍ତି । ଆଜି ଭୋର ପ୍ରାୟ ୫ଟା ବେଳେ କାର୍ତିକେୟନ ପାଣ୍ଡିଆନ ସୂର୍ୟ୍ୟ ମନ୍ଦିରରେ ପହଞ୍ଚି ମନ୍ଦିର ବୁଲିବା ସହ ବାହାର ବେଢ଼ା ପରିଦର୍ଶନ କରିଥିଲେ। ଏଥିସହ ଆଓସିଏଲର ବାଖ୍ୟାନ କେନ୍ଦ୍ର, ହସ୍ତଶିଳ୍ପ ବଜାର ବୁଲି ଦେଖିଥିଲେ।
