‘ବନ୍ଦ ଡ଼ାକରା ରାଜ୍ୟରେ ସଫଳ’: ୫ଶହରୁ ଅଧିକ ଆନ୍ଦୋଳନକାରୀ ଗିରଫ
ଭୁବନେଶ୍ୱର,ଏନଏନଏସ: ଵୁଧଵାର କେନ୍ଦ୍ରସରକାରଙ୍କ ଶ୍ରମିକମାରଣ ନୀତି ଓ ଦରଦାମ ଵୃଦ୍ଧି ପ୍ରତିବାଦରେ ୧୦ ଟି ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ସଫଳ ହୋଇଛି ବୋଲି କେନ୍ଦ୍ରୀୟ ଟ୍ରେଡ ୟୁନିୟନ କହିଛି। ରାଜ୍ୟର ସାମାନ୍ୟ କେତେକ ସ୍ଥାନରେ କା ଭା ଗଣ୍ଡଗୋଳକୁ ଛାଡ଼ିଦେଲେ ମୋଟାମୋଟି ଭାବେ ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା। ରାଜ୍ୟର ଵିଭିନ୍ନ ସ୍ଥାନରେ ଛୋଟକାଟିଆ ଦୋକାନ ଵଜାରକୁ ଛାଡ଼ିଦେଲେ ସମସ୍ତ ଵଡ଼ଵଡ଼ ଵ୍ୟବସାୟୀ ଓ ଶିଳ୍ପ ଅନୁଷ୍ଠାନ ଵନ୍ଦ ରହିଥିଲା।

ରାଜ୍ୟରେ ପରିବହନ ଓ ଵସସେବା ସମ୍ପୂର୍ଣ୍ଣ ଠପ ହୋଇଥିଲା। ଫଳରେ ଜନସାଧାରଣ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ। ସେହିପରି ରେଳ ସେଵା ମଧ୍ୟ ୫ରୁ ୬ ଘଣ୍ଟା ନିର୍ଦ୍ଧାରିତ ସମୟଠାରୁ ଵିଳମ୍ଵରେ ଚାଲିଥିଲା। ମୋଟା ମୋଟି ଭାଵେ କହିଵାକୁ ଗଲେ ଜନଜୀବନ ପ୍ରଭାବିତ ହୋଇଥିଲା। ଏହି ବନ୍ଦ ଫଳରେ ଓଡିଶା କୋଟି କୋଟି ଟଙ୍କାର ରାଜସ୍ବ ହରାଇଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିଵାକୁ ଯାଇ ୫ଶହରୁ ଊର୍ଦ୍ଧ୍ଵ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା।

ଏହି ବନ୍ଦ ଡାକରାରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, କଙ୍ଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ), ସମାଜଵାଦୀ, ଫର୍ଡଓ୍ଵ।ଡ଼ ବ୍ଳକ ଆଦି ରାଜନୈତିକ ଦଳର ସମ୍ପୂର୍ଣ୍ଣ ଭାବେ ଧର୍ମଘଟକୁ ଓହ୍ଲାଇ ଥିଲେ। ରାଜ୍ୟର ଵିଭିନ୍ନ ଛକ ଓ ରାଜରାସ୍ତାରେ ଆନ୍ଦୋଳନକାରୀ ନେତା ଓ କର୍ମୀ ଵସିରହି ଦଳୀୟ ପତାକା ଓ ବ୍ୟାନର ଧରେ ଟାୟାର ଜାଳି ଵିକ୍ଷେ।ଭ ପ୍ରଦର୍ଶନ କରିଥିଲେ। ଆଉ କେତେକ ସଂଗଠନ ଵିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନ, ଵ୍ୟାଙ୍କ , କେନ୍ଦ୍ରୀୟ କାର୍ୟାଳୟ ସମ୍ମୁଖରେ ଧାରଣାରେ ଵସିଥିଲେ। ରହିଛି।

ସେଠାରେ ସେମାନେ କେନ୍ଦ୍ର ସରକାରଙ୍କ ଦରଦାର ଵୃଦ୍ଧି, ଶ୍ରମିକ ଛଟେଇ ଓ କୃଷକମାରଣ ନୀତି ଵିରୋଧରେ ଵର୍ଷିଥିଲେ। ଏହି ଆନ୍ଦୋଳନକୁ ରାଜଧାନୀରେ ଜୋରଦାର କରାଯାଇଥିଲା। ଲୋୟର ପିଏମଜିଠାରେ କଙ୍ଗ୍ରେସ ସମେତ ଵାମଦଳ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାମ କୃଷ୍ଣ ପଣ୍ଡା, ସୁର ଜେନା ଆଦି ଵିଭିନ୍ନ ଦଳ ପକ୍ଷରୁ ବିରାଟ ରାଲିରେ ଆସି ପ୍ରତିବାଦ କରିଥିଲେ। ଏହି ପ୍ରତିବାଦ ଵେଳେ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା।
