ସୁଟିଂସେଟରେ ଫସିଲେ ବରୁଣ

ଭୁବନେଶ୍ବର,ଏନ୍ଏନ୍ଏସ୍ : ଫିଲ୍ମ ‘କୁଲି ନଂ ୧’ ସୁଟିଂ ଚାଲିଥିବାବେଳେ ବରୁଣ ଏକ ଦୁର୍ଘଟଣା ସାମ୍ନା କରିଛନ୍ତି। ତେବେ ବରୁଣଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଯେ, ଏଥିରେ ତାଙ୍କର କିଛି କ୍ଷତି ହୋଇନାହିଁ। ନିକଟରେ ପୁନେରେ ଏ ଫିଲ୍ମର ସୁଟିଂ ଚାଲିଥିଲା। ଏହି ସମୟରେ ଏକ ଷ୍ଟଣ୍ଟ ସିନ୍ ଦେବାକୁ ଯାଇ ବରୁଣ କାର୍ ଭିତରେ ଫସିଯାଇଥିଲେ। ଫିଲ୍ମର କଥାବସ୍ତୁ ଅନୁସାରେ, ଏକ ଚଟାଣ ଉପରେ ଷ୍ଟଣ୍ଟ ସିନ୍ କରିବାର ଥିଲା।

ଏହି ସିନ୍ରେ ବରୁଣଙ୍କ କାର୍ ଝୁଲି ରହିବାର ଥିଲା ଓ ବରୁଣ ସେହି କାର୍ ଭିତରେ ଥିବା ଦୃଶ୍ୟର ପିକଚରାଇଜ୍ ହେବାର ଥିଲା। ଏଥିପାଇଁ ବରୁଣ ଏକାଧିକ ଥର ରିହର୍ସାଲ୍ କରିଥିଲେ। ଷ୍ଟଣ୍ଟ ସିନ୍ ତ ଓକେ ହୋଇଗଲା ମାତ୍ର କାର୍ର କବାଟ ଜାମ୍ ହୋଇଯିବାରୁ ବାହାରକୁ ବାହାରିପାରିଲେନି ବରୁଣ। ବହୁ ସମୟ ବିତିଯିବା ପରେ ତାଙ୍କୁ ବାହାରକୁ ବାହାର କରାଯାଇଥିଲା। ଫିଲ୍ମରେ ସାରା ଅଲ୍ଲୀ ଖାନ୍ ବରୁଣଙ୍କ ନାୟିକା ଭାବେ ଅଛନ୍ତି। ଫିଲ୍ମଟି ଗୋବିନ୍ଦା ଓ କରିସ୍ମାଙ୍କ ‘କୁଲି ନଂ ୧’ର ରିମେକ୍ ବୋଲି କୁହାଯାଉଛି।