ଭୁବନେଶ୍ୱର,ଏନ୍ଏନ୍ଏସ୍: ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ଓଡ଼ିଶାର ଉପକୂଳ ଅଞ୍ଚଳରେ ଭାରିମାତ୍ରାରେ ବର୍ଷା ହୋଇଛି। ସିଭିୟର ସାଇକ୍ଲୋନିକ ଷ୍ଟ୍ରମ ବୁଲବୁଲ ପ୍ରଭାବରେ ଓଡ଼ିଶାରେ ସବୁ ସ୍ଥାନରେ ବର୍ଷା ହେଉଥିବାବେଳେ ଆଗାମୀ ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ରେ ୧୮୦ଏମ୍ଏମ୍ ବର୍ଷା ଅନୁମାନ କରାଯାଇଛି।
ସେହିପରି ପାରଦୀପରେ ୧୬୩.୯ ଏମ୍ଏମ୍, ଭଦ୍ରକରେ ୧୫୦.୧ଏମ୍ଏମ୍, ରାଜକନିକାରେ ୧୩୬ ଏମ୍ଏମ୍, ତିର୍ତ୍ତୋଲରେ ୧୦୦ଏମ୍ଏମ୍ ବର୍ଷାର ପୂର୍ବାନୁମାନ କରାଯାଇଛି।


