ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ୱର,ଏନଏନ୍ଏସ୍: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲାଦ ଯୋଶୀ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏଥି ସହିତ ଖଣି ଓ କୋଇଲା କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଦାବିକୁ ବାରମ୍ବାର ଉପସ୍ଥାପନ କରିଛନ୍ତି।ଏହି ଦାବି ମଧ୍ୟରେ ରୟାଲ୍ଟି ହାର ବୃଦ୍ଧି କରାଯିବା ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା କୋଇଲାରୁ ଆଦାୟ କରାଯାଉଥିବା ସେସ୍ ର ସେୟାର ରାଜ୍ୟ ସରକାରଙ୍କ ନିକଟକୁ ଆସିବା ଆଦି ସାମିଲ ଅଛି। ଏହି ଅବସରରେ ଇସ୍ପାତ ଏବଂ ଖଣି ମନ୍ତ୍ରୀ(ରାଜ୍ୟ) ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।