ଆଜମେର-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଇଞ୍ଜିନରେ ନିଆଁ

ଅନୁଗୋଳ,ଏନ୍ଏନ୍ଏସ୍: ଆଜି ଅନୁଗୋଳ ଜିଲ୍ଲା ହଣ୍ଡପା ଷ୍ଟେସନ୍ ନିକଟରେ କୌଣସି ଯାନ୍ତ୍ରିକ ତୃଟୀ ଯୋଗୁଁ ଆଜମେର-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ର ଇଞ୍ଜିନ୍ ରେ ହଠାତ୍ ନିଆଁ ଲାଗିଯିବା ସହ ଏଥିରେ ଭୀଷଣ ଧୂଆଁ ନିର୍ଗତ ହୋଇଥିଲା । ଡ୍ରାଇଭର ଏହା ଜାଣିପାରି ଟ୍ରେନ୍ କୁ ଅଟକାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଆବଶ୍ୟକୀୟ ମରାମତି ପରେ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି । ତେବେ ଏଥିରେ କେହି ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କିତ କୌଣସି ସୂଚନା ନାହିଁ । ଅନ୍ୟପକ୍ଷରେ ନିଆଁ ଲାଗିବାର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।