ଦିଲ୍ଲୀ ପୁଲିସକୁ ଓଡ଼ିଶା ଆଇପିଏସ୍ ସଂଘର ସମର୍ଥନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିଲ୍ଲୀରେ ପୁଲିସ-ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ଘଟଣାରେ ଓଡ଼ିଶା ଆଇପିଏସ୍ ସଙ୍ଘ ଦିଲ୍ଲୀ ପୁଲିସକୁ ସମର୍ଥନ କରିଛି। ଦିଲ୍ଲୀ ପୁଲିସକୁ ସମର୍ଥନ ଜଣାଇ ଓଡ଼ିଶା ଆଇପିଏସ୍ ସଙ୍ଘ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛି। ଏଥିସହିତ ଦିଲ୍ଲୀ ପୁଲିସକୁ ନ୍ୟାୟ ଦେବା ପାଇଁ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ପାର୍କିଂକୁ ନେଇ ଝାମେଲା ହେବା ପରେ ଡ୍ୟୁଟିରେ ଥିବା ପୁଲିସ ଏବଂ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିରେ ୨୦ଜଣ ପୁଲିସ ଏବଂ ସଖ୍ୟାଧିକ ଓକିଲ ଆହତ ହୋଇଥିଲେ। ଏ ନେଇ ମଙ୍ଗଳବାର ଦିଲ୍ଲୀ ପୁଲିସ ମୁଖ୍ୟାଳୟ ଠାରେ ହଜାର ହଜାର ସଂଖ୍ୟାରେ ପୁଲିସ ଏବଂ ସେମାନଙ୍କ ପରିବାର ଲୋକେ ଆନ୍ଦୋଳନ କରିଥିଲେ। ତେବେ ଘଟଣାରେ ସମ୍ପୃକ୍ତ ଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ଏପରିକି ଓଡ଼ିଶା ସମେତ ହରିଆଣା, ପଞ୍ଜାବ ଏବଂ ବିହାର ପୁଲିସ ଆସୋସିଏସନ୍ ଦିଲ୍ଲୀ ପୁଲିସକୁ ସମର୍ଥନ କରିଛନ୍ତି।