ଆନ୍ଦୋଳନରୁ ଓହରିଲେ ଓକିଲ, ୪ରେ ଯୋଗଦେବେ

କଟକ,ଏନ୍ଏନ୍ଏସ୍: କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ। ଆସନ୍ତା ୪ ତାରିଖରେ କାର୍ଯ୍ୟରେ ଯୋଗଦେବେ । ଏନେଇ ହାଇକୋର୍ଟ ଵାର ଆସୋସିଏସନ ସଭାପତିଙ୍କ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଫ ଇଣ୍ଡିଆର ଚାପ ପରେ ଆଇନଜୀବୀ ଆନ୍ଦୋଳନରୁ ଓହରିଲେ। ହାଇକୋର୍ଟ ବାର ଆସୋସିଏସନର ସଭାପତିଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଭାରତୀୟ ବାରଲ କାଉନସିଲ(ବିସିଆଇ) ପକ୍ଷରୁ କାର୍ଯ୍ୟାବନ୍ଦ ଆନ୍ଦୋଳନରତ ଓକିଲଙ୍କୁ ନିର୍ଦ୍ଦେଶ ନୁହେଁ ବରଂ ଅନୁରୋଧ କରାଯିବା ସହ ଅନ୍ୟପନ୍ଥା ଆପଣାଇବାକୁ କୁହାଯାଇଥିଲା।

ଜନସାଧାରଣ ଲୋକଙ୍କ ଅସୁବିଧା ଓ ଆକ୍ସନ କମିଟି ଓ ସମସ୍ତ ଆଇନଜୀବୀଙ୍କ ନିଷ୍ପତ୍ତି କ୍ରମେ କାର୍ୟ୍ୟବନ୍ଦ ଆନ୍ଦୋଳନରୁ ଓହରିଛି ବାର ଆସୋସିଏସନ। ନ୍ୟାୟିକ ବ୍ୟବସ୍ଥାର ସମ୍ମାନ ଦର୍ଶାଇ ଆନ୍ଦୋଳନରୁ ଓହରିଲେ । କିନ୍ତୁ ବାର ଆସୋସିଏସନର ଦାବିରେ ଏ ପର୍ୟ୍ୟନ୍ତ ଅଟଳ ରହିଛି । ଦାବିକୁ ଉପସ୍ଥାପନା ରଖିବା ପାଇଁ ଅନ୍ୟ ଫୋରମ ଆପଣାଯିବ ବୋଲି ବାର୍ ସଭାପତି ସୂଚନା ଦେଇଛନ୍ତି।

ହାଇକୋର୍ଟରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏନେଇ ଭାରତୀୟ ବାର କାଉନସିଲର ସହଯୋଗ ଲୋଡିଥିଲେ। ପରେ ଭାରତୀୟ ବାର କାଉନସିଲ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଆନ୍ଦୋଳନରତ ଓକିଲମାନଙ୍କୁ ନୋଟିସ୍ କରିଥିଲେ।