ଭୁବନେଶ୍ୱରରେ ଏକତା ପାଇଁ ଦୌଡ଼ର ଶୁଭାରମ୍ଭ କରିବେ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୁପେ ପାଳନ କରାଯାଉଛି। ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି। ଗୁଜୁରାଟର କେୱଡ଼ିଆ ରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଦିଲ୍ଲୀରେ ଆୟୋଜିତ ବିଶାଳ ଏକତା ପାଇଁ ଦୌଡ଼କୁ ଭାରତର ଗୃହମନ୍ତ୍ରୀ ଅମିତ୍ ଶାହା ପତାକା ଦେଖାଇ ଶୁଭାରମ୍ଭ କରୁଥିବାବେଳେ ଭୁବନେଶ୍ୱରରେ ହେଉଥିବା ଗଣ ଦୌଡ଼ରେ ଯୋଗ ଦେବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନ୍ତରାଷ୍ଟ୍ରୀୟ କ୍ରୀଡ଼ାବୀତ୍ ପଦ୍ମଶ୍ରୀ ଦୀପିକା କୁମାରୀ, ପଦ୍ମଶ୍ରୀ ଶରତ କୁମାର, ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଙ୍କୁର ମିତ୍ତଲ, ହୀନା ସିଦ୍ଧୁ ଓ ଅଲମ୍ପିୟାନ ଅନୁରାଧା ବିଶ୍ୱାଳ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ଗଣ ଦୌଡ଼ରେ ସାମିଲ ହେବେ। ଏହା ବ୍ୟତୀତ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ଓଡ଼ିଆ କ୍ରୀଡ଼ାବୀତ ଏବଂ ବିଶିଷ୍ଟ ଓଡ଼ିଆ ସିନେ କଳାକାର ମାନେ ମଧ୍ୟ ଏହି ଦୌଡ଼ରେ ଭାଗ ନେବେ। ଏହି ଦୌଡ଼ ଚନ୍ଦ୍ରଶେଖରପୁର ସ୍ଥ ିତ ରେଲୱେ ଷ୍ଟାଡ଼ିୟମରୁ ସକାଳ ୬ ଘଟିକାରେ ଆରମ୍ଭ ହୋଇ ପ୍ରେସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ ଓ ଓମଫେଡ୍ ଛକ ଦେଇ ରେଲୱେ ଅଡ଼ିଟୋରିୟମ୍ରେ ପହଞ୍ôଚବ। ନେହେରୁ ଯୁବାକେନ୍ଦ୍ର ଦ୍ୱାରା ଆୟୋଜିତ ଏହି ଏକତା ପାଇଁ ଦୌଡ଼ରେ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛା ସେବୀ ସଂଗଠନ ତଥା ଅର୍ଦ୍ଧସାମରିକ ବାହିନୀର ଯବାନମାନେ ଯୋଗ ଦେବେ।