ଭୁବନେଶ୍ୱର,ଏନ୍ଏନ୍ଏସ୍: +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି । ଯେଉଁ କଲେଜରେ ଇଣ୍ଟିଗ୍ରେଟେଡ ବିଏଡ ଅଛି ସେଠି କଟଅଫ ଆଗରେ ରହିଛି । ବିଜ୍ଞାନରେ ପୁରୀ ଏସସିଏସ କଲେଜର କଟଅଫ୍ ଆଗରେ ରହିଛି । କଳାରେ ବାଲେଶ୍ୱର ଫକୀରମୋହନ ଏବଂ ବାରିପଦାର ଏମପିସି ଆଗରେ ରହିଛି । ପୁରୀ ଏସସିଏସ କେମେଷ୍ଟ୍ରିରେ (୯୪.୫୦%), ମ୍ୟାଥମେଟିକ୍ସରେ(୯୪%), ବଟାନୀ(୯୫.୬୦%),ଏମପିସି ବାରିପଦା ଜୁଲୋଜି(୯୪.୮୩%), ବାଲେଶ୍ୱର ଫକୀରମୋହନ ଏବଂ ବାରିପଦାର ଏମପିସି ରାଜନୀତି ବିଜ୍ଞାନ(୯୧.୮୩%), ବାଣିଜ୍ୟରେ ରେଭେନ୍ସା(୮୬.୮୩%) ଓ ବିଜେବି(୮୫.୮୩%) କଟଅଫ୍ ଯାଇଛି ।