ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ୧୨୭ ଦିନ ହେବ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଆଗାମୀ ଜୁଲାଇ ୨୨ରେ ଦ୍ୱିତୀୟ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ ନିଜ ନାଁରେ କରିନେବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜନୈତିକ କ୍ୟାରିୟରର ଶୁଭାରମ୍ଭ ୧୯୯୭ ମସିହାରେ କରିଥିଲେ । ୧୯୯୮ରେ ତାଙ୍କ ପିତାଙ୍କ ନାଁରେ ପାର୍ଟି ବନାଇ ଥିଲେ । ଏହା ନାଁ ହେଉଛି ବିଜୁ ଜନତା ଦଳ । ୨୦୦୦ ମସିହା ମାର୍ଚ୍ଚ ୪ ତାରିଖରେ ପ୍ରଥମଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ଆଉ ସେବେଠୁ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳୁଛନ୍ତି ।