ରଥଯାତ୍ରା ପାଇଁ ଜେଏସପିଏଲ ତରଫରୁ ମାଗଣା ଭୋଜନ

ପୁରୀ,ଏନ୍‌ଏନ୍‌ଏସ୍‌: ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ଜେଏସପିଏଲ ତରଫରୁ ମାଗଣା ଭୋଜନ ବ୍ୟବସ୍ଥା କରାଯାଇଛି । ନବଯୌବନ ଦର୍ଶନରୁ ରଥଯାତ୍ରା ଶେଷ ଯାଏ ୫ ଲକ୍ଷ ଭକ୍ତଙ୍କୁ ମାଗଣା ଭୋଜନ ଦିଆଯିବ । ଏହାସହ ପ୍ରଶାସନକୁ ୫ ଲକ୍ଷ ଗ୍ଲୁକୋଜ ପ୍ୟାକେଟ ଦିଆଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ୭ ହଜାର ରେନକୋଟ ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।