ରଥ ଟଣା ବେଳେ ଜଣେ ଯୁବକ ମୃତ

ଢେଙ୍କାନାଳ: ଢେଙ୍କାନାଳରେ ରଥ ଟଣା ବେଳେ ଅଘଟଣ ଘଟିଛି । ରଥଗଡ଼ାରେ ରଥା ଟାଣିବା ବେଳେ ଜଣେ ଯୁବକ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।