ବାଲେଶ୍ୱର,ଏନ୍ଏନ୍ଏସ୍: ଭୟାବହ ରେଳ ଦୁର୍ଘଟଣା ପରେ ବାହାନଗା ବଜାର ଷ୍ଟେସନରେ ଆଉ କୌଣସି ଟ୍ରେନ ରହିବନି । ସିବିଆଇ ତଦନ୍ତ ଚାଲିଥିବାରୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ କୌଣସି ଟ୍ରେନ ସେଠାରେ ରହିବନି ବୋଲି ଜଣାପଡ଼ିଛି । ସିବିଆଇ ଲଗ୍ ବୁକ୍ ଓ ଅନ୍ୟାନ୍ୟ ଉପକରଣ ଜବତ ସହ ଷ୍ଟେସନ ସିଲ୍ କରିଛି । ରିଲେ ପ୍ୟାନେଲ ସିଲ ହୋଇଥିବାରୁ କୌଣସି ଟ୍ରେନ ରହିବନି । ଏନେଇ ଦକ୍ଷିଣ ପୂର୍ବ ରେଳପଥ ସିପିଆରଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି ।